ୟୁକ୍ରେନକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଋଷର ସାମୁଦ୍ରିକ ସୀମାରେ ପଶିଲା ଆମେରିକାର ପରମାଣୁ ଯୁଦ୍ଧ ଜାହାଜ
Advertisement
trendingNow11098081

ୟୁକ୍ରେନକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଋଷର ସାମୁଦ୍ରିକ ସୀମାରେ ପଶିଲା ଆମେରିକାର ପରମାଣୁ ଯୁଦ୍ଧ ଜାହାଜ

Ukraine Russia Conflict: ପୁଟିନ ଚେତାବନୀ ଦେଇଛନ୍ତି ଯେ, ଯଦି କୀବି (ୟୁକ୍ରେନର ରାଜଧାନୀ) ନାଟୋ (NATO) ରେ ଯୋଗ ଦିଅନ୍ତି ତେବେ ପରମାଣୁ ଯୁଦ୍ଧ ହେବ । ପୁଟିନଙ୍କ ଚେତାବନୀ ଏପରି ସମୟରେ ଆସିଛି ଯେ ଯେତେବେଳେ ଋଷ ପୋଲାଣ୍ଡ ସୀମା ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ MiG-31 ମୁତୟନ କରିଛି । ପୁଟିନ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ସେ ପୁଣି ଥରେ ଜୋର ଦେବାକୁ ଚାହୁଁଛନ୍ତି ଯେ ଯଦି ୟୁକ୍ରେନ ନାଟୋରେ ଯୋଗ ଦିଅନ୍ତି ତେବେ ୟୁରୋପୀୟ ଦେଶମାନେ ସ୍ୱୟଂଚାଳିତ ଭାବରେ ଋଷ ସହିତ ଯୁଦ୍ଧରେ ଲଢ଼ିବେ । ପୁଟିନ ଚେତାବନୀ ଦେଇ କହିଛନ୍ତି ଯେ ନିଶ୍ଚିତ ଭାବରେ ନାଟୋ ଓ ଋଷ ମଧ୍ୟରେ ସାମରିକ ଶକ୍ତି ତୁଳନାତ୍ମକ ନୁହେଁ । ଆମେ ଏହାକୁ ବୁଝୁଛୁ । କିନ୍ତୁ ଆମେ ଏହା ମଧ୍ୟ ବୁଝିପାରୁ ଯେ ଋଷ ଏକ ପ୍ରମୁଖ ପରମାଣୁ ଶକ୍ତି ରାଷ୍ଟ୍ର ଓ କିଛି ଆଧୁନିକ ଅସ୍ତ୍ର ମାମଲାରେ ଅନ୍ୟଙ୍କୁ ପଛରେ ପକାଇପାରେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Ukraine Russia Conflict: ୟୁକ୍ରେନ (Ukraine) କୁ ନେଇ ଦୁନିଆର ଦୁଇ ମହାଶକ୍ତି ଆମେରିକା (America) ଓ ଋଷ (Russia) ର ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡିଛି । ଆମେରିକା (US) ଓ ଋଷ ଯେଉଁଠି ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ଘେରାବନ୍ଦୀରେ ଲାଗିଛି, ଅନ୍ୟପଟେ ଆମେରିକାର ସୈନ୍ୟବାହିନୀ (US Army) ମଧ୍ୟ ପୂର୍ବ ଫ୍ରଣ୍ଟରେ ନିଜର କାର୍ଯ୍ୟକଳାପକୁ ଜୋରଦାର କରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ଋଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣର ଚେତାବନୀ ମଧ୍ୟରେ ଆମେରିକାର ନୌସେନାର ପରମାଣୁ ବୁଡ଼ାଜାହାଜ ଋଷର ଜଳ ସୀମା ଭିତରକୁ ପ୍ରବେଶ କରିଛି । ଏହା ଦ୍ୱାରା ଋଷ ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଛି ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଶୀତଳ ଯୁଦ୍ଧ (Cold War) ର ଯୁଗରେ ପହଞ୍ଚିଥିବାର ଦେଖାଯାଉଛି । ଏହି କାରଣରୁ ତୃତୀୟ ବିଶ୍ୱଯୁଦ୍ଧ (Third World War) ର ଆଶଙ୍କା ବଢ଼ିବାରେ ଲାଗିଛି ।

ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ (Russian Defense Ministry) କହିଛି ଯେ, ଆମେରିକାର ଭର୍ଜିନିଆ କ୍ଲାସର ପରମାଣୁ ବୁଡ଼ାଜାହାଜ (US Virginia-Class Nuclear Submarine) ଆମର ଜଳ ସୀମାକୁ ପ୍ରବେଶ କରିଛି । ଯେତେବେଳେ ଋଷ (Russia) ର ଯୁଦ୍ଧପୋତ ଆମେରିକାର ବୁଡ଼ାଜାହାଜକୁ ଭୂପୃଷ୍ଠକୁ ଆସିବାକୁ କହିଲା, ସେତେବେଳେ ଏହାକୁ ଅଣଦେଖା କରାଯାଇଥିଲା । ଏହା ପରେ ଋଷର ନୌସେନା (Russian Navy) ଆମେରିକାର ବୁଡ଼ାଜାହାଜ ବିରୁଦ୍ଧରେ 'ବିଶେଷ କାର୍ଯ୍ୟାନୁଷ୍ଠାନ' ଗ୍ରହଣ କରିଛି । ଋଷର ନୌସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ଆମେରିକାର ବୁଡ଼ାଜାହାଜ ତୁରନ୍ତ ଋଷର ସମୁଦ୍ର ଅଞ୍ଚଳରୁ ପଳାଇଯାଇଥିଲା । ଏହି ଘଟଣାରେ କ୍ଷୁବ୍ଧ ଋଷ ଆମେରିକାର ପ୍ରତିରକ୍ଷା ଅତାଶେକୁ ଡକାଇ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଚେତାବନୀ ଦେଇଛି । ଋଷର ଅଭିଯୋଗକୁ ଆମେରିକା ଅସ୍ୱୀକାର କରିଛି ।

ଋଷର ଗଣମାଧ୍ୟମ ଅନୁଯାୟୀ, ଏହି ଆମେରିକୀୟ ବୁଡ଼ାଜାହାଜର ପ୍ରବେଶ ଘଟଣା ଜାପାନ ନିକଟରେ ଅବସ୍ଥିତ କୁରିଲ ଦ୍ୱୀପପୁଞ୍ଜ ନିକଟରେ ଘଟିଛି । ଆଜିକାଲି ଋଷର ନୌସେନା ଏହି ଅଞ୍ଚଳରେ ସାମରିକ ଅଭ୍ୟାସ କରୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଦ୍ୱୀପ ଋଷ ଦ୍ୱାରା ଅଧିକୃତ ହୋଇଥିଲା କିନ୍ତୁ ଜାପାନ ଏହାକୁ ନିଜର ବୋଲି ଦାବି କରୁଆସୁଛି । ଆମେରିକା ନିଜର ଭର୍ଜିନିଆ କ୍ଲାସର ବୁଡ଼ାଜାହାଜକୁ ଅଧିକାଂଶ ସମୟରେ ଆଣ୍ଟି ସବମେରାଇନ ଯୁଦ୍ଧ ଓ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ବ୍ୟବହାର କରିଥାଏ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ପ୍ରାୟ ୬୨ ମିନିଟ ଧରି ବାର୍ତ୍ତାଳାପ ଚାଲିଥିଲା । ଏହା ପରେ ବାଇଡେନ ଜୋରଦାର କାର୍ଯ୍ୟାନୁଷ୍ଠାନକୁ ନେଇ ଚେତାବନୀ ଦେଇଛନ୍ତି ।

ବାଇଡେନ ଋଷକୁ ଚେତାବନୀ ଦେଇଛନ୍ତି ଯେ, ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ଏହାର ସହଯୋଗୀ ଦଳ ଏହାର ଉଚିତ ଜବାବ ଦେବେ । ଏଥି ସହିତ ବାଇଡେନ ପୁଟିନଙ୍କୁ ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଉପରେ ଆମେରିକା କୂଟନୈତିକ କାର୍ଯ୍ୟ ଜାରି ରଖିବ କିନ୍ତୁ ଅନ୍ୟ ପରିସ୍ଥିତି ପାଇଁ ସମାନ ଭାବରେ ପ୍ରସ୍ତୁତ ଅଛି । ଆମେରିକା ବର୍ତ୍ତମାନ ପୋଲାଣ୍ଡ ଓ ଋଷ ସହିତ ଲାଗିଥିବା ଅନ୍ୟ ନାଟୋ ଦେଶରେ ହଜାର ହଜାର ସୈନିକଙ୍କୁ ମୁତୟନ କରିଛି ।

ଏଠାରେ କହି ରଖୁଛୁ ଯେ, ପରମାଣୁ ଚାଳିତ ଦ୍ରୁତ ଆକ୍ରମଣ କରୁଥିବା ଭର୍ଜିନିଆ କ୍ଲାସର ବୁଡ଼ାଜାହାଜଗୁଡିକ ଟୋମାହାକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଥାଏ । ଷ୍ଟିଲ ଫିଚର ସହିତ ସଜ୍ଜିତ କାରଣରୁ ଶତ୍ରୁ ରାଡାରମାନେ ଏହି ବୁଡ଼ାଜାହାଜକୁ ଡିଟେକ୍ଟ କରିବାରେ ଅସମର୍ଥ । ଆଣ୍ଟି ସବମେରାଇନ୍ ଯୁଦ୍ଧରେ ଏହି ବୁଡ଼ାଜାହାଜ ଦୁନିଆରେ କୌଣସି ମୁକାବିଲା ନାହିଁ । 

ଏହା ବି ପଢ଼ନ୍ତୁ:-ଏହି ୧୧ଟି ପରିସ୍ଥିତିରେ ଶାରୀରିକ ସମ୍ପର୍କ ଗଢ଼ିବା ଉଚିତ୍ ନୁହେଁ, ଜାଣନ୍ତୁ ଏହାର କାରଣ

ଏହା ବି ପଢ଼ନ୍ତୁ:-ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ହଡ଼ପ କରୁଥିବା ଠକ ଗିରଫ; ଗୋଟିଏ କି ଦୁଇଟି ନୁହେଁ, ଅଛନ୍ତି ୧୦ରୁ ଅଧିକ ପତ୍ନୀ

ଏହା ବି ପଢ଼ନ୍ତୁ:-'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?

 

ସେପଟେ ପୁଟିନ ଚେତାବନୀ ଦେଇଛନ୍ତି ଯେ, ଯଦି କୀବି (ୟୁକ୍ରେନର ରାଜଧାନୀ) ନାଟୋ (NATO) ରେ ଯୋଗ ଦିଅନ୍ତି ତେବେ ପରମାଣୁ ଯୁଦ୍ଧ ହେବ । ପୁଟିନଙ୍କ ଚେତାବନୀ ଏପରି ସମୟରେ ଆସିଛି ଯେ ଯେତେବେଳେ ଋଷ ପୋଲାଣ୍ଡ ସୀମା ନିକଟରେ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ MiG-31 ମୁତୟନ କରିଛି । ପୁଟିନ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ସେ ପୁଣି ଥରେ ଜୋର ଦେବାକୁ ଚାହୁଁଛନ୍ତି ଯେ ଯଦି ୟୁକ୍ରେନ ନାଟୋରେ ଯୋଗ ଦିଅନ୍ତି ତେବେ ୟୁରୋପୀୟ ଦେଶମାନେ ସ୍ୱୟଂଚାଳିତ ଭାବରେ ଋଷ ସହିତ ଯୁଦ୍ଧରେ ଲଢ଼ିବେ । ପୁଟିନ ଚେତାବନୀ ଦେଇ କହିଛନ୍ତି ଯେ ନିଶ୍ଚିତ ଭାବରେ ନାଟୋ ଓ ଋଷ ମଧ୍ୟରେ ସାମରିକ ଶକ୍ତି ତୁଳନାତ୍ମକ ନୁହେଁ । ଆମେ ଏହାକୁ ବୁଝୁଛୁ । କିନ୍ତୁ ଆମେ ଏହା ମଧ୍ୟ ବୁଝିପାରୁ ଯେ ଋଷ ଏକ ପ୍ରମୁଖ ପରମାଣୁ ଶକ୍ତି ରାଷ୍ଟ୍ର ଓ କିଛି ଆଧୁନିକ ଅସ୍ତ୍ର ମାମଲାରେ ଅନ୍ୟଙ୍କୁ ପଛରେ ପକାଇପାରେ ।

Trending news